ଭୋଡାଫୋନ-ଆଇଡିଆରୁ ଅଂଶଧନ କିଣିବ ଗୁଗୁଲ୍‌

ମୁମ୍ବାଇ,୨୯।୫: ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ-ଆଇଡିଆରୁ ୫%ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଛି ଆମେରିକାର ଅଗ୍ରଣୀ ସଫ୍ଟଓ୍ବାର କମ୍ପାନୀ ଗୁଗୁଲ୍‌ । ଗତ କିଛି ବର୍ଷ ଏହି ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବ୍ୟାପକ ବାଣିଜି୍ୟକ କ୍ଷତି ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ଆର୍ଥିକ ମାନ୍ଦାବସ୍ଥା ସମୟରେ ଗୁଗୁଲ୍‌ କମ୍ପାନୀର ଅଂଶଧନ କ୍ରୟ କରିବା ପାଇଁ ଆଶା ରଖିଛି । ଗୁଗୁଲ୍‌ ଅଂଶଧନ କ୍ରୟ କରିବା ଦ୍ୱାରା କମ୍ପାନୀ ଯେଉଁ ଅର୍ଥ ରାଶି ସହାୟତା ପ୍ରାପ୍ତ ହେବ । ସେହି ଅର୍ଥ ରାଶି କମ୍ପାନୀର ଆର୍ଥିକ ସମସ୍ୟାର ସମାଧାନ ସହ ବାଣିଜି୍ୟକ କାରବରାରେ ବେଶ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ କମ୍ପାନୀର ଏହି ଅଂଶଧନ କିଣିବା ଫଳରେ ଏକ ବୃହତ ପ୍ଲାଟଫର୍ମରେ ବାଣିଜି୍ୟକ କାରବାର କରିବ । ଏହା ଫଳରେ ଫେସବୁକ ସହ ଏକ ପ୍ରତିଦ୍ୱନ୍ଦ୍ୱୀ ହୋଇ ବାଣିଜି୍ୟକ କାରବାର କରିବ ଯାହା କମ୍ପାନୀକୁ ବେଶ ସହାୟ ହେବ । ଗତ କିଛି ଦିନେ ତଳେ ଜିଓ ପ୍ଲାଟଫର୍ମରେ ଫେସବୁକ ୧୦ ବିଲିୟନ ଡଲାର ନିବେଶ କରିଛି । ଏହି ନିବେଶ ଫଳରେ ଉଭୟ ଜିଓ ଓ ଫେସବୁକ ଭାରତ ବଜାରରେ ଏକ ବୃହତ ବ୍ୟବସାୟ ଆଶାରେ ଫେସବୁକ ଏହି ନିବେଶ କରିଥିବା ମତ ପ୍ରକାଶ ପାଇଛି । ସେହିପରି ଭାରତୀ ଏୟାରଟେଲ ମଧ୍ୟ ନିଜର ଅଂଶଧନ ବିକିବା ନେଇ ଯୋଜନା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲନ ମସ୍କଙ୍କ ଗସ୍ତ ବାତିଲ ପରେ ଭାରତରେ ନିବେଶ କରିବାକୁ ଚାହୁଁନାହିଁ ଟେସଲା: ରିପୋର୍ଟ

ନୂଆଦିଲ୍ଲୀ,୪ା୭: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ପୁଣିଥରେ ଭାରତରେ ନିବେଶ ପାଇଁ ଯୋଜନାକୁ ସ୍ଥଗିତ ରଖିଛି। ମସ୍କ ଏପ୍ରିଲ ଶେଷରେ ଭାରତ...

ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ...

ଯୁଦ୍ଧ-ଆର୍ଥିକ କଟକଣାର ନାହିଁ କୌଣସି ପ୍ରଭାବ, ଦ୍ରୁତ ଗତିରେ ବଢି ଚାଲିଛି ରୁଷିଆ ଅର୍ଥନୀତି

ନୂଆଦିଲ୍ଲୀ,୪।୭: ଆମେରିକା ଏବଂ ଏହାର ସହଯୋଗୀ ଦେଶମାନେ ଲଗାଇଥିବା ଆର୍ଥିକ କଟକଣା ସତ୍ତ୍ୱେ ଅର୍ଥନୈତିକ କ୍ଷେତ୍ରରେ ରୁଷିଆର ପ୍ରଦର୍ଶନ ସୁଦୃଢ ରହିଛି। ବିଶ୍ୱ ବ୍ୟାଙ୍କର ସର୍ବଶେଷ...

୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ

ଭୁବନେଶ୍ୱର,୪।୭(ଅନୁରାଧା ମହାରଣା): ଚଳିତ ରବିଋତୁରେ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ) ୨୬୬ ଲକ୍ଷ ମେଟ୍ରିକ ଟନ୍‌ (ଏଲ୍‌ଏମ୍‌ଟି) ଗହମ କିଣିଛି। ୨୦୨୩-୨୪ରେ ଏହି ପରିମାଣ...

ରଥଯାତ୍ରା ଉପଲକ୍ଷେ ‘ତନେଇରା’ର ଗୋଲ୍ଡ କଏନ୍‌ ଅଫର, ୨୦,୦୦୦ଟଙ୍କାର ଶପିଂ ଉପରେ…

ଭୁବନେଶ୍ବର,୪।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ (ବ୍ରାଣ୍ଡ୍‌) ‘ତନେଇରା’ର ବହୁ ପ୍ରତୀକ୍ଷିତ ‘ଗୋଲ୍ଡ କଏନ’ (ସୁନା...

ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’

ଭୁବନେଶ୍ବର,୪।୭ (ଅଭୟ ଦାଶ): ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ବା ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’ର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି।...

ବାରିପଦା ବାଘଡ଼ା ରୋଡ୍‌ଠାରେ ଏସ୍‌ବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ବର,୪।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ର ନୂତନ ଶାଖା ‘ବାରିପଦା ସିଟି ଶାଖା’ ନିକଟରେ ବାରିପଦାସ୍ଥିତ ୱାର୍ଡ ନଂ.୧୫ ଅଧୀନ ବାଘଡ଼ା...

୮୦,୦୦୦ ଛୁଇଁଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୪।୭ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ଏପରିକି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri