Categories: ବାଣିଜ୍ୟ

ଭୋଡାଫୋନ-ଆଇଡିଆରୁ ଅଂଶଧନ କିଣିବ ଗୁଗୁଲ୍‌

ମୁମ୍ବାଇ,୨୯।୫: ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ-ଆଇଡିଆରୁ ୫%ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଛି ଆମେରିକାର ଅଗ୍ରଣୀ ସଫ୍ଟଓ୍ବାର କମ୍ପାନୀ ଗୁଗୁଲ୍‌ । ଗତ କିଛି ବର୍ଷ ଏହି ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବ୍ୟାପକ ବାଣିଜି୍ୟକ କ୍ଷତି ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ଆର୍ଥିକ ମାନ୍ଦାବସ୍ଥା ସମୟରେ ଗୁଗୁଲ୍‌ କମ୍ପାନୀର ଅଂଶଧନ କ୍ରୟ କରିବା ପାଇଁ ଆଶା ରଖିଛି । ଗୁଗୁଲ୍‌ ଅଂଶଧନ କ୍ରୟ କରିବା ଦ୍ୱାରା କମ୍ପାନୀ ଯେଉଁ ଅର୍ଥ ରାଶି ସହାୟତା ପ୍ରାପ୍ତ ହେବ । ସେହି ଅର୍ଥ ରାଶି କମ୍ପାନୀର ଆର୍ଥିକ ସମସ୍ୟାର ସମାଧାନ ସହ ବାଣିଜି୍ୟକ କାରବରାରେ ବେଶ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ କମ୍ପାନୀର ଏହି ଅଂଶଧନ କିଣିବା ଫଳରେ ଏକ ବୃହତ ପ୍ଲାଟଫର୍ମରେ ବାଣିଜି୍ୟକ କାରବାର କରିବ । ଏହା ଫଳରେ ଫେସବୁକ ସହ ଏକ ପ୍ରତିଦ୍ୱନ୍ଦ୍ୱୀ ହୋଇ ବାଣିଜି୍ୟକ କାରବାର କରିବ ଯାହା କମ୍ପାନୀକୁ ବେଶ ସହାୟ ହେବ । ଗତ କିଛି ଦିନେ ତଳେ ଜିଓ ପ୍ଲାଟଫର୍ମରେ ଫେସବୁକ ୧୦ ବିଲିୟନ ଡଲାର ନିବେଶ କରିଛି । ଏହି ନିବେଶ ଫଳରେ ଉଭୟ ଜିଓ ଓ ଫେସବୁକ ଭାରତ ବଜାରରେ ଏକ ବୃହତ ବ୍ୟବସାୟ ଆଶାରେ ଫେସବୁକ ଏହି ନିବେଶ କରିଥିବା ମତ ପ୍ରକାଶ ପାଇଛି । ସେହିପରି ଭାରତୀ ଏୟାରଟେଲ ମଧ୍ୟ ନିଜର ଅଂଶଧନ ବିକିବା ନେଇ ଯୋଜନା ରଖିଛି।

Share