ଭୋପାଳରେ ପୂଜା ହେବେନି ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି

ଭୋପାଳ,୧୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରରେ ଗତ ଗଣେଶ ପୂଜା ସମୟରେ ହୋଇଥିବା ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଏଥର ଭୋପାଳରେ ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି ପୂଜା କରାଯିବ ନାହିଁ। ଏହାକୁ ନେଇ ଭୋପାଳ ଜିଲା ପ୍ରଶାସନ କହିଛି ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏଭଳି ଏକ ନିଷ୍ପତ୍ତି ଏବେ ମୂର୍ତ୍ତି କାରିଗରଙ୍କୁ ଚିନ୍ତାରେ ପକାଇ ଦେଇଛି। କାରଣ ପୂର୍ବରୁ ଯେଉଁ ମୂର୍ତ୍ତି ସବୁ ୬ ଫୁଟରୁ ଅଧିକ ଉଚ୍ଚତାର ହୋଇଛି ସେଗୁଡିକୁ କ’ଣ କରାଯିବ ବୋଲି ଚିନ୍ତା ବଢି ଯାଇଛି।

Share