ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ୟୁନିୟନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଥିବା ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌ ବିଂଶ ଶତାବ୍ଦୀର ଏକ ପ୍ରମୁଖ ଦୁଃଖଦ ଘଟଣା ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ୧୯୮୪ ଡିସେମ୍ବର ୨-୩ତାରିଖ ରାତିରେ ଘଟିଥିବା ଏହି ଦୁଃଖଦ ଘଟଣାରେ ୩ ହଜାର ୭ ଶହ ୮୭ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ତେବେ ଏହାଦ୍ୱାରା ୧୬ ହଜାର ଲୋକ ପ୍ରଭାବିତ ହୋଇଥିଲେ। ପ୍ଲାଣ୍ଟ୍‌ରେ କାମ କରୁଥିବା କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପ୍ରତିବର୍ଷ ବିଭିନ୍ନ ଶିଳ୍ପସଂସ୍ଥା ଦୁର୍ଘଟଣାରେ ୨.୭୮ ନିୟୁତରୁ ଅଧିକ କର୍ମଚାରୀଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟ ପ୍ରକାଶ ପାଇଛି।

Share