ଭୋପାଳ,୨୫।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସୋମବାର ୨୪ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସହରର ହଟସ୍ପଟ ଜୋନ କରୋନା ସଂକ୍ରମଣର ଶିକାର ହେଉଥିବା ବେଳେ ଏବେ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ଜଣାଶୁଣା ରାଜଭବନରେ ମଧ୍ୟ କରୋନା ପହଞ୍ଚିଥିବା ଜଣାପଡ଼ିଛି। ରାଜଭବନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ୨୮ବର୍ଷୀୟ ପୁଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯୁବକଙ୍କ ପୁରା ପରିବାର ରାଜଭବନ ପରିସରରେ ରହୁଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଯାଞ୍ଚ କରାଯାଇ ହୋମ୍ କ୍ୱାରାଣ୍ଟାଇନ୍ରେ ରଖାଯାଇଛି ବୋଲି ସୂଚନା ରହିଛି।