Categories: ଜାତୀୟ

ଭୋପାଳ ଲୋକ ସଭା ଆସନ: ମତଦାନ କରିବେ ରାଫାଲ-ମିଗ୍‌-ମିରାଜ୍‌

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ଷଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଚଳିତ ଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଫାଲ, ମିଗ୍‌ ଏବଂ ମିରାଜ୍‌ ଏଠାରେ ଭୋଟ ଦେବେ। ଏଠାରେ ରାଫାଲ ନାମଧାରୀ ୪ଜଣ, ମିଗ୍‌ ନାମଧାରୀ ୭ ଏବଂ ମିରାଜ୍‌ ନାମ ଥିବା ୧୧ ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ରାଜଧାନୀ ଭୋପାଳରେ ୨୧ ଲକ୍ଷ ୪୧ ହଜାରରୁ ଅଧିକ ଭୋଟର ଅଛନ୍ତି। ଏଠାରେ ମେ ୧୨ରେ ମତଦାନ କରାଯିବ। ତେବେ ଏଠାରେ ରାଫାଲ-ମିଗ୍‌-ମିରାଜ୍‌ ନାମଧାରୀ ବ୍ୟକ୍ତି ଭୋଟ ଦେଉଥିବାରୁ ସୋସିଆଲ୍‌ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା।

Share