Categories: ଜାତୀୟ

ଭୋପାଳ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ଅଜଣା

ଭୋପାଳ,୮।୭: ମଧ୍ୟପ୍ରଦେଶ ଭୋପାଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଜାରି ରହିଛି। ଏନେଇ ଭୋପାଳ ଜିଲାପାଳ ତରୁଣ ପିଥୋଡେଙ୍କ ଯୋଜନା ଅନ୍ତର୍ଗତ ଅବସର ଗ୍ରହଣ କରିଥିବା ସରକାରୀ ଅଫିସର ବିଭିନ୍ନ ସ୍କୁଲକୁ ପଢ଼ାଇବାକୁ ଯାଉଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ମାଲା ଶ୍ରୀବାସ୍ତବ ସୋମବାର ଓଲଡ୍‌ କ୍ୟାମ୍ପିୟନ୍‌ ସ୍କୁଲରେ ପାଠ ପଢ଼ାଉଥିବା ସମୟରେ ଛାତ୍ରୀଛାତ୍ରଙ୍କୁ ଭାରତର ରାଷ୍ଟ୍ରପତିଙ୍କ ନାମ ପଚାରି ଥିଲେ। ତେବେ ଛାତ୍ରୀଛାତ୍ରମାନେ ଏହାର ଉତ୍ତର ଜାଣି ନ ଥିବା କହିଥିଲେ। ମାଲା ଏନେଇ ଦୁଃଖ ପ୍ରକାଶ କରିବା ସହିତ ନିଜର ସାଧାରଣ ଜ୍ଞାନ ଦକ୍ଷତା ବଢ଼ାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ନିୟମିତ ଖବର କାଗଜ ପଢ଼ିବାକୁ ପରାମର୍ଶ ଦେଇଥିଲେ।

Share