Categories: ଜାତୀୟ

ଭୋର୍‌ ସମୟରେ ପୁଣି ଥରିଲା ଉତ୍ତରାଖଣ୍ଡ: ଲୋକେ ଆତଙ୍କିତ

ଚାମୋଲି,୮।୧୨: ଉତ୍ତରାଖଣ୍ଡରେ ରବିବାର ଭୋର୍‌ ୪ଟା ୨୬ ମିନିଟ୍‌ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଚାମୋଲି ଜିଲାର ୧୦ କିମି ଭୂଗର୍ଭ ତଳେ ଥିବା ଅନୁମାନ କରାଯାଉଛି ବୋଲି ସ୍ଥାନୀୟ ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ କେ.ଏନ୍‌. ଯୋଶୀ ସୂଚନା ଦେଇଛନ୍ତି। ଏହାଦ୍ୱାରା କୌଣସି କ୍ଷୟକ୍ଷତିର ସୂଚନା ମିଳି ନ ଥିବା ସେ କହିଛନ୍ତି। ଲୋକେ ଘରେ ଶୋଇଥିବା ସମୟରେ ଭୂକମ୍ପ ହୋଇଥିଲା। ଭୟରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏବେ ପରିସ୍ଥିତି ସ୍ବାଭାବିକ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଅକ୍ଟୋବରରେ ଚାମୋଲିରେ ଭୂକମ୍ପ ହୋଇଥିଲା। ସେହିପରି ଅକ୍ଟୋବର ୨୮ରେ କୁମାଓଁ ଏବଂ ନଭେମ୍ବର ୧୯ରେ ପିଥେରାଗଡ଼ରେ ଭୂକମ୍ପ ଅନୁଭୁତ ହୋଇଥିଲା। ପୂର୍ବରୁ ସେପ୍ଟେମ୍ବରରେ ମଧ୍ୟରେ ଏଠାରେ ଭୂକମ୍ପ ହୋଇଥିଲା।

Share