ଭୋର ୫ଟାରେ ଏସସିବି ମେଡିକାଲରେ ଅଚାନକ ପହଞ୍ଚିଲେ ଭି.କେ ପାଣ୍ଡିଆନ

କଟକ ଅଫିସ୍‌,୬।୧୧:କଟକ ଏସସିବି ମେଡିକାଲରେ ଭୋର ୫ଟାରେ ପହଞ୍ଚିଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଅଚାନକ ବଡ଼ ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ସହ ଭିତ୍ତିଭୂମି ଯାଞ୍ଚ କରିଛନ୍ତି ସଚିବ। ପାଣ୍ଡିଆନଙ୍କ ସହିତ ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ଏନଏଚଏମ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ, କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ମେଡିକାଲ କଲେଜରେ କାଜୁଆଲିଟି ପରିଦର୍ଶନ ପରେ ମେଡିକାଲର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ମେଡିକାଲର ସମସ୍ତ ବିଭାଗର ପ୍ରଫେସର ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Share