Categories: ଜାତୀୟ

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର ପୁଷ୍ପା କହିଥିଲେ, ଆନ୍ଧ୍ର ପ୍ରଦେଶରେ ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ। ଏକ ଖବରଦାତା ସମ୍ମିଳନୀରେ ସେ ଏହା କହିଛନ୍ତି। ଅସଲ କଥା ହେଲା ଉପ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭ୍ରଷ୍ଟାଚାର ମୁକ୍ତ ଶାସନ ଯୋଗାଇ ଦେବା ତାଙ୍କ ସରକାରଙ୍କ ଲକ୍ଷ୍ୟ ବୋଲି କହିବାକୁ ଯାଉଥିବା ବେଳେ ଭୁଲ୍‌ କ୍ରମେ ତାଙ୍କ ପାଟିରୁ ଭ୍ରଷ୍ଟ ଶାସନ ଦେବା ବୋଲି ବାହାରି ଯାଇଥିଲା। ଏହା ପରେ ବିରୋଧି ଟିଡିପି ପୁଷ୍ପାଙ୍କୁ ଟୁଇଟର୍‌ ମାଧ୍ୟମରେ ଧନ୍ୟବାଦ ଦେବା ସହ ତାଙ୍କ କଥାରେ ସହମତ ବୋଲି ଲେଖିଛନ୍ତି।

Share