Categories: ଜାତୀୟ

ଭୟରେ ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସହାୟକ

ବେଙ୍ଗାଲୁରୁ,୧୨।୧୦: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି। ଆୟକର ବିଭାଗ ଗତଦୁଇ ଦିନ ହେବ ପରମେଶ୍ୱରଙ୍କ ୩୦ଟି ଠିକଣା ଉପରେ ଚଢାଉ କରିଥିଲା। ଏହି ଭୟରେ ରମେଶ ଗଣଭାରତୀ ଅଞ୍ଚଳରେ ଆତ୍ମହତ୍ୟା କରିଛନ୍ତି। ଆୟକର ଚଢଉ ବେଳେ ୪.୫୨ କୋଟି ଟଙ୍କା ଜବତ ହୋଇଥିଲା। ତେବେ ଆୟକର ଏହି ଚଢଉରେ ପରମେଶ୍ୱରଙ୍କ ପିଏ ରମେଶଙ୍କୁ ସାମିଲ କରାଯାଇ ନ ଥିଲା ବୋଲି ଆୟକର ଅଧିକାରୀମାନେ କହିଛନ୍ତି। ଏହି ମାମଲାରେ ଆୟକର ବିଭାଗ ରମେଶଙ୍କୁ ପକ୍ଷଭୁକ୍ତ କରି ନାହିଁ କି ତାଙ୍କ ବିରୋଧରେ କୌଣସି ମୋକଦ୍ଦମା ରୁଜୁ ହୋଇ ନ ଥିବା ଆୟକର ଅଧିକାରୀ କହିଛନ୍ତି।

Share