Categories: ଜାତୀୟ

କରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା କଲେ ୫୦ ବର୍ଷ ବୟସ୍କ ବ୍ୟକ୍ତି

ତିରୁପତି,୧୨।୨: ଆନ୍ଧ୍ରପ୍ରଦେଶରେ ଜଣେ ବ୍ୟକ୍ତି କରୋନା ଭୁତାଣୁ ସଂକ୍ରମଣ ଭୟରେ ଆତ୍ମହତ୍ୟା କରିଛନ୍ତି। ଚିତୋର ଜିଲାର ସେଶାମନାଇଡୁ କାଣ୍ଡ୍ରିଗା ଗାଁରେ ବାସ କରୁଥିବା ୫୦ ବର୍ଷ ବୟସ୍କ କେ. ବାଲା କ୍ରିଷ୍ଣାଙ୍କୁ ସପ୍ତାହେ ଧରି ଥଣ୍ଡା ଜ୍ୱର ଲାଗି ରହିଥିଲା। ଜ୍ୱର ଭଲ ନହେବାରୁ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରି ଭୟଭୀତ ହୋଇ ବାଲା କ୍ରିଷ୍ଣା ଏଭଳି କରିଥିବା ପରିବାର ସଦସ୍ୟ ପୋଲିସକୁ କହିଛନ୍ତି। ତେବେ ଯାଞ୍ଚ୍‌ କରୁଥିବା ଡାକ୍ତର କହିଛନ୍ତି ଯେ, ବାଲା କ୍ରିଷ୍ଣାଙ୍କୁ ଭାଇରାଲ ଫିଭର ହୋଇଥିଲା। ତାଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ନ ଥିଲା। ନିଜ ମୋବାଇଲ୍‌ ଫୋନ୍‌ରେ ସେ ବିଭିନ୍ନ ସୋସିଆଲ୍‌ ମିଡ଼ିଆ ସହାୟତାରେ କରୋନା ସଂକ୍ରମଣର ଲକ୍ଷଣ ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ନିଜଠାରେ ସଂକ୍ରମଣ ହୋଇଥିବା ସନ୍ଦେହ କରି ପରିବାର ସଦସ୍ୟଙ୍କୁ ଜୋର୍‌ ଜବରଦସ୍ତ ବାହାରକୁ ପଠାଇ କବାଟ କିଳି ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

Share