Advertisement

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ନିଆରା ଉପାୟରେ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଉକ୍ତ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଯୁବକ ଜଣକ ବାହାରକୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହାପରେ ଝରକା ବାହାରେ ଏକ କୋଣରେ ସେ ଶୋଇ ପଡ଼ିଥିଲେ। ଘର ଚାରିଆଡ଼େ ହୁ ହୁ ହୋଇ ନିଆଁ ବ୍ୟାପି ଯାଇଥିଲା। ଏହାର କିଛି ସମୟ ପରେ ଦେହରେ ନିଆଁ ଲାଗିବା ଭୟରେ ଯୁବକ ଜଣଙ୍କ ନିଜର ସାର୍ଟ ଖୋଲି ଫୋପାଡ଼ି ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ସମୟର ଦୃଶ୍ୟ ଅଷ୍ଟ୍ରେଲିଆର ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share