ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ଭଦ୍ରକ ଅଫିସ, ୧୨।୧: ଭଦ୍ରକ ଜିଲା ଧାମନଗର ବ୍ଲକ ଇଚ୍ଛାପୁର ଗ୍ରାମରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦୁର୍ଯ୍ୟୋଧନ ରାଉତଙ୍କ ୪ ବଖରା ସମେତ ଘରର ସମସ୍ତ ଆସବାବପତ୍ର ଜଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ଧାମନଗର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।