ଭୟାବହ ଅଗ୍ନିକାଣ୍ଡ : ୬୦ ବଖରା ପୋଡ଼ି ପାଉଁଶ

ମହାକାଳପଡ଼ା,୩୦ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜାଲକଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୩ ପରିବାରର ୬୦ରୁ ଊର୍ଦ୍ଧ୍ୱ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଥାଉକି, ଗ୍ରାମର ଅଜୟ ପ୍ରଧାନଙ୍କ ପାଳଗଦାରେ କୌଣସି କାରଣରୁ ପ୍ରଥମେ ନିଆଁ ଲାଗିଥିବାବେଳେ ଦକ୍ଷିଣା ପବନ ଯୋଗୁ ଏହା କ୍ଷୀପ୍ର ବେଗରେ ଅନ୍ୟ ଘରଗୁଡ଼ିକୁ ବ୍ୟାପୀ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୩ ପରିବାରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଦୁଇଜଣ ଶିଶୁ ଗୁରୁତର ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଖବର ଲେଖାହେଲା ବେଳକୁ ମହାକାଳପଡ଼ା, ମାର୍ଶାଘାଇ ଏବଂ କେନ୍ଦ୍ରାପଡ଼ାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଚଳାଇଛନ୍ତି।