ଓ୍ବାଶିଂଟନ,୨୧।୩: ଏପ୍ରିଲ୍ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ ମତ ଦେଇଛନ୍ତି। ଲକ୍ଷ ଲକ୍ଷ ବର୍ଷ ତଳେ ଏଭଳି ଗ୍ରହାଣୁପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା। ଏହାଯୋଗୁ ପୃଥିବୀରେ ଡାଏନୋସୋରସ୍ ବଂଶ ଧ୍ୱଂସ ହୋଇଯାଇଥିଲା। ଏବେ ଏହାର ପୁନରାବୃର୍ତ୍ତି ହେବ ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଏହି ଗ୍ରହାଣୁପିଣ୍ଡ ପୃଥିବୀକୁ ପ୍ରାୟ ୮୩ କିଲୋମିଟର ଦୂରରେ ଅତିକ୍ରମ କରିବ। ତେବେ ୨୦୭୯ ଏପ୍ରିଲ ୧୬ରେ ଏହା ମାତ୍ର ୧୮ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଏହାଯୋଗୁ ସେତେବେଳେ ହୁଏତ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି।