Categories: ଜାତୀୟ

ଭୟ ନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୩।୩(ପି.ଟି.):କରୋନାକୁ ନେଇ ଭୟ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ ନ ଥିଲେ ଭ୍ରମଣରେ ନ ଯିବା ଓ ସମାବେଶରେ ସାମିଲ ନ ହେବାକୁ ମୋଦି ଆହ୍ବାନ ଦେଇଛନ୍ତି। କରୋନାକୁ ନେଇ ତାଙ୍କ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। ଜନସାଧାରଣ ଆତଙ୍କିତ ନ ହୋଇ ସତର୍କତାମୂଳକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ କୌଣସି କେନ୍ଦ୍ରମନ୍ତ୍ରୀ ବିଦେଶ ଗସ୍ତ କରିବେ ନାହିଁ ବୋଲି ମୋଦି ଟୁଇଟ୍‌ କରି ଜଣାଇଛନ୍ତି। ସମସ୍ତଙ୍କ ସୁରକ୍ଷା ଲାଗି ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଭିଜା ବାତିଲଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ବଢ଼ାଇବା ପର୍ଯ୍ୟନ୍ତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

Share