ଛତ୍ରପୁର,୩୧।୩(ଡି.ଏନ୍.ଏ.)- ଛତ୍ରପୁର ଥାନା ପଦ୍ମାବତୀ ଗଁା ନିକଟରେ ମଇଁଷି ଚରାଳିଙ୍କୁ ସୋମବାର ଅପରାହ୍ନରେ ଛୁରାମାଡ ହୋଇଛି। ସେହେଲେ ତେଲାପଲ୍ଲୀ ଗଁାର ଏସ୍. ମୋଚି ପାତ୍ର। ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ମୋଚି ମଇଁଷି ନେଇ ପଦ୍ମାବତୀ ନିକଟରେ ଚରାଉଥିଲେ। ସେଠାରେ ୪ ଜଣ ଯୁବକ ପହଞ୍ଚତ୍ ମଇଁଷିମାନଙ୍କୁ ଏପଟ ସେପଟ କରି ଦୌଡାଇଥିଲେ। ଏହାକୁ ପ୍ରତିରୋଧ କରିବାକୁ ମୋଚିଙ୍କୁ ଛୁରି ଭୂଷି ଆକ୍ରମଣ କରାଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ହସ୍ପିଟାଲକୁ ଆଣିଥିଲେ। ତାଙ୍କର ପେଟ ଓ ପିଠିରେ ଆଘାତ ଲାଗିଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।