Categories: ଜାତୀୟ

ମଇଁଷି ଦାମ୍‌ ୧୪ କୋଟି: ମାସକୁ ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ

ପୁଷ୍କର,୬।୧୧: ରାଜସ୍ଥାନ ପୁଷ୍କରରେ ଅନ୍ତର୍ଜାତୀୟ ପ୍ରାଣୀ ମେଳାର ଆୟୋଜନ କରାଯାଇଛି। ଏଥିରେ ୫ ହଜାରରୁ ଅଧିକ ସଂଖ୍ୟକ ପ୍ରାଣୀ ଯୋଗଦେଇଛନ୍ତି। ମେଳାରେ ମୁର୍ରା ପ୍ରଜାତିର ମଇଁଷି ଭୀମ ମଧ୍ୟ ଯୋଗଦେଇଛି। ଭୀମର ଓଜନ ୧୩ ଶହ କିଲୋଗ୍ରାମ୍‌। ଏହାର ଦାମ୍‌ ୧୪ କୋଟି ଟଙ୍କା ରହିଛି ବୋଲି ମାଲିକ ଜବାହରଲାଲ୍‌ ଜାଙ୍ଗିଡ୍‌ କହିଛନ୍ତି। ପ୍ରତିମାସରେ ଭୀମ ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଭୀମ ପ୍ରତିଦିନ ଏକ କିଲୋ ଘିଅ, ଅଧ କିଲୋ ଲହୁଣୀ, ୨ ଶହ ଗ୍ରାମ୍‌ ମହୁ, ୨୫ ଲିଟର କ୍ଷୀର ଏବଂ ଏକ କିଲୋ କାଜୁ ବାଦାମ୍‌ ଖାଇଥାଏ। ଗତ ବର୍ଷ ମେଳାରେ ଭୀମର ଦାମ୍‌ ୧୨ କୋଟି ଟଙ୍କା ଥିଲା। ତେବେ ଚଳିତ ବର୍ଷ ଏହା ୨ କୋଟି ଟଙ୍କା ବଢ଼ିଛି ବୋଲି ମାଲିକଙ୍କ ପୁଅ ଅରବିନ୍ଦ କହିଛନ୍ତି। ସେମାନେ ଭୀମକୁ ବିକ୍ରି କରିବାକୁ ଆସି ନାହାଁନ୍ତି। ମେଳାରେ ମୁର୍ରା ପ୍ରଜାତିର ମଇଁଷି ସଂରକ୍ଷଣ ପାଇଁ ସେମାନେ ସଚେତନତା ସୃଷ୍ଟି କରୁଥିବା ସେ କହିଛନ୍ତି।

Share