ମଉଲିକ୍‌ ସୁବିଧାରୁ ବଁଚିତ୍‌ ୨୨ ଆଦିବାସୀ ପରିବାର: ଜିଲାପାଳକୁଁ ଫେରାଦ ହେଲେ ଗାଁବାସୀ

ତଳଗାଁ, ୧।୧୧(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଁଚେତ୍‌ ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ମଲ୍ଲାର କୋହ୍ଳ ପରିବାର ବାସ କରୁଛନ୍‌। ହେଲେ ଇ ପରିବାରମାନେ ମଉଲିକ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ୨୮ ତାରିଖ୍‌ ହରଭଙ୍ଗା ବ୍ଲରେ ଅନୁଷ୍‌ଠିତ ଜନଶୁନାନି ଶିବିରେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ।
ସୂଚନା ଅନ୍‌ସାରେ ଆଏଜ୍‌କେ ୧୨ ବଛର ହେଲା ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ପରିବାର ବାସ୍‌ କରୁଛନ୍‌। ଇ ପରିବାରମାନେ ଜଂଗଲଜାତ୍‌ ଦରବ୍‌ ଠୁଲେଇ ବିକାଭଂଗା କରି କୁଟୁମ ପୁଷୁଛନ୍‌। ଜଂଗଲଟା ଇ ୨୨ ଆଦିବାସୀ ପରିବାରର ପେଟ୍‌ ପୁଷ୍‌ବାର ଜରିଆ ପାଲଟିଛେ। ହେଲେ ଦୁଖର କଥା ଇ ନିରିହ ଆଦିବାସୀ ପରିବାରମାନେ ସରକାରକଁର ସବୁ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଆଏଜ୍‌ବି ଇ ଗଁ।ରେ ଅନେକ୍‌ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗଁ।ରେ କେହେନ୍‌ସି ପରିବାରକେ ବିଜୁ ପକାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନାଇଁ କରାଯାଇ। ଜନନୀ ସୁରକ୍ଷା, ଶିକ୍ଷା, ସୁଆସ୍‌ତିଅ ଲେଖେଁ ସେବା ଆଏଜ୍‌ବି ଇମାନକର ଲାଗି ସାତ୍‌ସପନ ହେଇ ରହିଛେ। ଇଆଡ଼େ ସରକାର ରାଏଜେ କେହେନ୍‌ସି ଗରିବ୍‌ ହିତାଧିକାରୀ ଖାଏଦ୍‌ ସୁରକ୍ଷା ଯୋଜନାରୁ ବାଦ୍‌ ନାଇଁପଡ଼ନ ବଲି ଡିଂଗ୍‌ରା ପିଟୁଛନ୍‌। ଏନ୍‌ତାଥି ଇ ପରିବାରମାନେ ପୂରବର ବୌଦ୍ଧ ଜିଲାପାଳକୁଁ ଭେଟି ନିଜର ଦୁଖ୍‌ ବଖାନିବାର ସଂଗେ ପରିଚଏ ପତର ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ଇତାକେ ଆଧାର କରି ଗଲା ଫେବୃୟାରୀ ମାସୁ ଖାଏଦ୍‌ ସୁରକ୍ଷା ଆଇନ୍‌ ଜରିଆରେ ୩ ମାସ୍‌ ତକ୍‌ ଇ ପାରିବାରମାନ୍‌କୁ ଚାଉଲ ଯୁଗେଇ ଦିଆଯାଇଥିଲା। ହେଲେ ୩ ମାସ୍‌ ଉତାରୁ ଚାଉଲ ଦେବାର ବଁଦ୍‌ କରି ଦିଆଯାଇଛେ। ଯେନ୍‌ଥିରଲାଗି ଇ ଗରିବ୍‌ ଆଦିବାସୀ ପରିବାରମାନେ ୨୮ ତାରିଖ ହରଭଙ୍ଗା ବ୍ଲକରେ ହେଇଥିବାର ଜିଲାପାଳକଁର ଜନଶୁନାନୀ ଶିବିରରେ ମଉଲିକ୍‌ ସୁବିଧା ସୁଯୋଗ ଯୁଗେଇ ଦେବାକେ ଦାବି କରିଥିଲେ। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଇ ପରିବାରମାନକୁ ୩ ମାସ ଉତାରୁ ଚାଉଲ ଦିଆଯିବା ବଲି କଥା ଦେଲାରୁ ଆଦିବାସୀମାନେ ବ୍ଲକ ଅଫିସରୁ ଫିରିଥିଲେ।

Share