କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଉ ଶୁଭିବ ନାହିଁ ରଜ ଗୀତ ଓ ଦୋଳିର କଟମଟ ଶବ୍ଦ। କାଂ ଭା ଦେଖିବାକୁ ମିଳିବ ଦୋଳି। କିନ୍ତୁ ପୂର୍ବଭଳି ରଜ ମହୋତ୍ସବ, ରଜ ସମାବେଶ, ମୀନା ବଜାର ଓ ରଙ୍ଗବେରଙ୍ଗ ପୋଷାକରେ ଦୋଳି ଖେଳ ଚଳିତ ଥର ଦେଖିବାକୁ ମିଳିବନି। କାରଣ କରୋନା ପାଇଁ ରଜ ମହୋତ୍ସବ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି। ଫଳରେ ଚଳିତ ବର୍ଷ କରନା କଟକଣା ପାଇଁ ରଜ ମାନ୍ଦା ଲାଗିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ରଜ ଉପଲକ୍ଷେ ବସ୍ତ୍ର ଓ ଷ୍ଟେସନାରି ଦୋକାନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ସାର୍ବଜନୀନ ରଜ ଉତ୍ସବ, ସମାବେଶ ଆଦି ଉପରେ କଟକଣା ଲଗାଯାଇଛି ବୋଲି ସୂଚନା ରହିଛି। ତେବେ ଏଭଳି କଟକଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ପ୍ରତ୍ୟେକ ବର୍ଷ ରଜ ଉତ୍ସବ ବିଭିନ୍ନ ସ୍ଥାନରେ ଧୁମ୍‌ଧାମରେ ସାର୍ବଜନୀନ ଭତ୍ସବ ଭାବେ ପାଳନ ହେଉଥିଲା। ବିଭିନ୍ନ ପ୍ରକାରର ଦୋଳି ଖେଳ ସହ ଦୋଳି ଗୀତ ଅନ୍ୟାନ୍ୟ ପ୍ରତିଯୋଗିତା ଓ ନୃତ୍ୟଗୀତ ଆଦିର ଆସର ଜମୁଥିଲା। ତେବେ ଏହି କଟକଣା ଜୁନ ୧୧ରୁ ୧୬ଯାଏଁ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share