ମକରରେ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା: ପୂର୍ବପୁରୁଷରୁ ରହିଆସିଛି ପରମ୍ପରା

କେନ୍ଦୁଝର,୧୫।୧(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ ନମ୍ବର ଓ୍ବାର୍ଡ କେନ୍ଦୁପୋଶିରେ ମକରସଂକ୍ରାନ୍ତି ଅବସରରେ ବୁଧବାର ଗ୍ରାମର ଇଷ୍ଟଦେବୀ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା କରାଯାଇଛି। ଏହି ପରମ୍ପରା ପୂର୍ବପୁରୁଷରୁ ଚାଲି ଆସୁଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଗ୍ରାମର ଯେକୌଣସି ଶୁଭକାର୍ଯ୍ୟ ହେବା ପୂର୍ବରୁ ଇଷ୍ଟଦେବୀଙ୍କଠାରେ ଭୋଗ ଲାଗି କରାଯାଇଥାଏ। ଦେହୁରୀ ଭାବେ ସନାତନ ପାତ୍ର, ମନମୋହନ ପାତ୍ର ସହଯୋଗ କରିଥିଲେ।