ମକର ପୂର୍ବରୁ ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର,୧୪।୧(ସ୍ବ.ପ୍ର.): ରାତି ପହିଲେ ମକର। ଏଥିପାଇଁ ଗ୍ରାମଠାରୁ ସହର ଉତ୍ସବମୁଖର ହୋଇପଡ଼ିଛି। ନୂଆ ଲୁଗା କିଣା ସହିତ ପିଠା ପଣା ପାଇଁ ପ୍ରସ୍ତୁତି ସରିଛି। ପିଠା ପଣା ପାଇଁ ଗୁଡ଼ର ଚାହିଦା ବଢୁଛି। ସବୁଠି ଗୁଡ଼ର ଆସର ମେଲିଛି। ବିଭିନ୍ନ ପ୍ରକାରର ଗୁଡ଼ ହାଟ ବଜାରରେ ବିକ୍ରି ହେଉଛି। ମକରରେ ଗୁଡ଼ରୁ ତିଆରି ଆରିସା, ପୋଡ଼ ଆଦି ପିଠାର ସ୍ବାଦ ନିଆରା। ଏହି ଦିନରେ ଚୁନାରୁ ତିଆରି ଗୁଡ଼ ପିଠାର ଚାହିଦା ଅନେକ ରହିଛି। ସେହିପରି ଗୁଡ଼ରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଘରେ ଘରେ ଏହି ଦିନରେ ପିଠାପଣା ପ୍ରସ୍ତୁତ ହୋଇଥାଏ। ମକରସଂକ୍ରାନ୍ତିରେ ଘରକୁ କୁଣିିଆ ଆସନ୍ତି। ସେହିପରି ବାହାରେ ରହୁଥିବା ପରିବାର ଲୋକ ଘରକୁ ଆସି ମକର ମନାଇଥାନ୍ତି।

Share
Tags: kendujhar'