ମକର ବୁଡ଼ ପକାଇବାକୁ ଯାଇ ନାବାଳକଙ୍କ ସଲିଳ ସମାଧି

ପାଟଣା,୧୬।୧(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ମୁଣ୍ଡା ସାହିର ଜଣେ ନାବାଳକ ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଛି। ମୃତକ ନାବାଳକ ଜଣକ ହେଉଛନ୍ତି ରାମ ମୁଣ୍ଡାଙ୍କ ପୁଅ ଓମ ସାଇ ମୁଣ୍ଡା(୬ ବର୍ଷ)। ସୂଚନାଯୋଗ୍ୟ ଯେ ସାଇ ବୁଧବାର ଅପରାହ୍ନରେ ନିଜ ପରିବାର ସହ ବୈତରଣୀ ନଦୀର ଉଦୟପୁର ଘାଟକୁ ମକର ସଂକ୍ରାନ୍ତିରେ ବୁଡ଼ ପକାଇବାକୁ ଯାଇଥିଲେ। ସେ ଗାଧୋଉଥିବାବେଳେ ହଠାତ୍‌ ପାଣିରେ ବୁଡିଯାଇଥିଲେ। ଘର ଲୋକେ ତାଙ୍କୁ ଉଦ୍ଧାର କରି ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Share
Tags: kendujhar'