ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶି ଯିବ ବୋଲି ଛାତ୍ର ନିଖିଲ ବର୍ମା, କୃଷ୍ଣେନ୍ଦୁ ପାଣ୍ଡେ ଏବଂ ନିହାଲ ପାଣ୍ଡେ କହିଛନ୍ତି। ସାଧାରଣତଃ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକର ବିଘଟନ ହେବା ପାଇଁ ୧୦୦ ବର୍ଷ ସମୟ ଲାଗିଥାଏ। ତେବେ ଏହି ନୂତନ ପ୍ଲାଷ୍ଟିକ୍‌ ସହଜରେ ମାଟିରେ ମିଶିଯାଇଥାଏ। ମକା ଅଟା ସହିତ ଗ୍ଲିସେରିନ୍‌ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଛି। ଛାତ୍ରମାନେ ୩ ମାସ ବହୁ ପରୀକ୍ଷା ନିରୀକ୍ଷା କରି ଏହାକୁ ପ୍ରସ୍ତୁତ କରିଛନ୍ତି। ଏହା କୌଣସି ପ୍ରକାର ପ୍ରଦୂଷଣ କରିବ ନାହିଁ ବୋଲି ଛାତ୍ରମାନେ ଦାବି କରିଛନ୍ତି।

Share