ମଙ୍ଗଳବାରଠୁ ଆଉ ୨ ରୁଟ୍‌ରେ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୮ା୬(ବ୍ୟୁରୋ)-ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଆଉ ୨ଟି ରୁଟ୍‌ରେ ମୋ’ବସ୍‌ ଚଳାଚଳ କରାଯିବ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ପୁଣିଥରେ ୨୪ ଓ ୨୮ ନଂ ରୁଯ୍‌ରେ ମୋ’ ବସ୍‌ ଚଳାଚଳ କରିବ। ରୁଟ୍‌ ନଂ. ୨୪ ସାଇ ମନ୍ଦିରରୁ କଳିଙ୍ଗ ବିହାର ଓ ରୁଟ୍‌ ନଂ ୨୮ ଭୁବନେଶ୍ୱର ରେଳ ଷ୍ଟେଶନରୁ କଳିଙ୍ଗ ନଗରକୁ ମୋ ବସ୍‌ ପୁଣିଥରେ ଚଳାଚଳ ଆରମ୍ଭ କରିବ। ଉଲ୍ଲେଖଯୋଗ୍ୟ, କରୋନା ଜନିତ ଲକ୍‌ଡାଉନ୍‌ କାରଣରୁ ମୋବସ୍‌ ଚଳାଚଳ କରିବାରେ ରୋକ୍‌ ଲଗାଯାଇଥିଲା। ବର୍ତ୍ତମାନ ଅନ୍‌ଲକ୍‌ ପର୍ଯ୍ୟାୟରେ ଲୋକଙ୍କ ସୁବିଧା ନିମନ୍ତେ ମୋବସ୍‌ ପୁନଃ ଚଳାଚଳ ଆରମ୍ଭ କରିଛି। ବର୍ତ୍ତମାନ ମୋଟ ୯ ରୁଟ୍‌ରେ ୬୨ ବସ୍‌ ଚାଲିଛି ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ମିଳିଛି।

Share