ମଙ୍ଗଳବାର ସୂର୍ଯ୍ୟ ପରାଗ: ଭାରତକୁ ହେବନି ଦୃଶ୍ୟମାନ

ଓ୍ବାଶିଂଟନ,୧।୭: ମଙ୍ଗଳବାର ଦକ୍ଷିଣ ପାସିଫିକ୍‌ ଏବଂ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ସୂର୍ଯ୍ୟ ପରାଗ ହେବ। ତେବେ ଏହା ଭାରତକୁ ଦୃଶ୍ୟମାନ ହେବନି। ଭାରତୀୟ ସମୟ ରାତ୍ର ୧୦ଟା ୨୫ରୁ ଏହା ଆରମ୍ଭ ହୋଇ ରାତ୍ର ୧୦ଟା ୨୯ରେ ସର୍ବମୋକ୍ଷ ହେବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ ମିନିଟ୍‌ର ସୂର୍ଯ୍ୟ ପରାଗ ପାଇଁ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ଟେଲିସ୍କୋପ୍‌ ସ୍ଥାପନ କରାଯାଇଛି। ଏଠାରେ ଲୋକେ ଆବଶ୍ୟକୀୟ ସତର୍କତା ସହିତ ସୂର୍ଯ୍ୟ ପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି। କିଛି ଟିଭି ଚ୍ୟାନେଲ୍‌ ଏହାର ସିଧା ପ୍ରସାରଣ ମଧ୍ୟ କରିବେ ବୋଲି କୁହାଯାଉଛି।

Share