ମଙ୍ଗଳ-ଚନ୍ଦ୍ରରେ ମହାକାଶଚାରୀଙ୍କ ପାଇଁ କବକରେ ହେବ ଘର…

ନ୍ୟୁୟର୍କ, ୧୮।୧: ମଙ୍ଗଳ ଏବଂ ଚନ୍ଦ୍ରରେ ବସତି ସ୍ଥାପନ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏଠାରେ କିଭଳି ଘର ନିର୍ମାଣ କଲେ ସୁବିଧା ହେବ ସେ ନେଇ ନାସା ପକ୍ଷରୁ ନାନା ଗବେଷଣା ଜାରି ରହିଛି। ତେବେ କବକରେ ମଙ୍ଗଳ ଏବଂ ଚନ୍ଦ୍ରରେ ଘର ନିର୍ମାଣ କଲେ ସୁବିଧା ହେବ ବୋଲି ନାସାର ମହାକାଶ ବିଜ୍ଞାନୀ କହିଛନ୍ତି। ପ୍ରଥମେ ଏଠାକାର ମାଟିରେ ମାୟସେଲିୟା କବକ ବିକଶିତ କରାଯାଇ ଏଭଳି କରାଯିବ। ଏବେ ଗବେଷକ ଏହି କବକରୁ ଇଟା ଏବଂ ବସିବା ପାଇଁ ଷ୍ଟୁଲ୍‌ ପ୍ରସ୍ତୁତ କରିସାରିଛନ୍ତି। ମାଇକ୍ରୋ ଆର୍କିଟେକଚର ପ୍ରୋଜେକ୍ଟ ଅନ୍ତର୍ଗତ ଏନେଇ ପରୀକ୍ଷା ନିରୀକ୍ଷା କରାଯାଉଛି। ଏହି କବକର ସରଞ୍ଚନା କକ୍ରିଂଟଠାରୁ ମଧ୍ୟ ସୁଦୃଢ଼। ଏହାର ଅଗ୍ନି ପ୍ରତିରୋଧୀ ଗୁଣ ରହିଛି। ତେଣୁ ମଙ୍ଗଳ ଏବଂ ଚନ୍ଦ୍ରରେ ଘର ତିଆରି ପାଇଁ ଆଉ ପୃଥିବୀରୁ ଇଟା ତଥା ଅନ୍ୟ ସରଞ୍ଜାମ ସାମଗ୍ରୀ ନେବାକୁ ପଡ଼ିବ ନାହିଁ। ଏହି କବକ ପାଣି ଏବଂ ଆଲୋକ ସହାୟତାରେ ବିକଶିତ ହୋଇପାରିବ ବୋଲି ନାସାର ମହାକାଶ ବିଜ୍ଞାନୀ ଲିନ୍‌ ରୋଥ୍ସଚାଇଲ୍ଡ୍‌ ସୂଚନା ଦେଇଛନ୍ତି।

Share