Categories: ଜାତୀୟ

ମଙ୍ଗଳ-ଶୁକ୍ର ଗ୍ରହରୁ ଏଲିୟନ ଆସି ଜେଏନ୍‌ୟୁରେ କରିଥିଲେ ଆକ୍ରମଣ: ଅସାଦୁଦ୍ଦିନ

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ହିଂସା ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜେଏନ୍‌ୟୁରେ କୌଣସି ବ୍ୟକ୍ତି ନୁହେଁ ବରଂ ଏଲିୟନ୍‌ ଆସି ଆକ୍ରମଣ କରିଥିଲେ। ସେ ମଙ୍ଗଳ ଓ ଶୁକ୍ର ଗ୍ରହରୁ ଆସିଥିଲେ ବୋଲି ଅସାଦୁଦ୍ଦିନ କହିଛନ୍ତି। ପ୍ରଥମେ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ଅବତରଣ କରିଥିଲେ ପରେ ଆକ୍ରମଣ କରି ପୁଣି ଫେରିଯାଇଥିଲେ ବୋଲି ସେ କହିଛନ୍ତି। ଏଥିସହ ଏହି ଘଟଣାରେ ନିଜକୁ ଦାୟୀ କରିଥିବା ହିନ୍ଦୁ ରକ୍ଷା ଦଳ ସଂଗଠନକୁ ସେ ଜୋକର କହି ସମାଲୋଚନା କରିଛନ୍ତି। ଜେଏନ୍‌ୟୁ କୁଳାଧିପତିଙ୍କୁ ଲକ୍ଷ୍ୟ କରି ଓଓ୍ବାଇସି କହିଛନ୍ତି, ଯଦି ସେ ଶିକ୍ଷାର୍ଥୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତେବେ ସେ ଇସ୍ତଫା ଦିଅନ୍ତୁ। କ୍ୟାମ୍ପସ୍‌ରେ ଆକ୍ରମଣ ହେବା ସମୟରେ ଦିଲ୍ଲୀ ପୋଲିସ କାହିଁକି ଠିକ୍‌ ସମୟରେ ପହଞ୍ଚିପାରି ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Share