ମଜାରେ ମଜାରେ

ଦୀପିକା କେତେ ରାଗି ତାହା ନିକଟରେ ଦେଖିବାକୁ ମିଳିଥିଲା। ଗୋଟିଏ କଥାକୁ ନେଇ ସେ ହଠାତ୍‌ ରାଗିଗଲେ, ଆଉ ଯେତେବେଳେ ପ୍ରକୃତ ଘଟଣା କ’ଣ ତାହା ହୃଦୟଙ୍ଗମ କରିପାରିଲେ ତାଙ୍କର ରାଗ ଥମ୍‌ କରି ଥଣ୍ଡା ହୋଇଯାଇଥିଲା। କଥା କ’ଣ କି ତାଙ୍କର ପତିଦେବ ରଣବୀର ସିଂ ଏକ ଲାଇଭ୍‌ ଚ୍ୟାଟ୍‌ ଶୋ’ରେ ଅଂଶଗ୍ରହଣ କରିବାର ଥିଲା। ଏକଥା ଯେତେବେଳେ ଦୀପିକା ଜାଣିଲେ ମୁହଁ ଫୁଲେଇ ବସିଲେ। କାରଣ ତାଙ୍କର ଇଚ୍ଛା ଥିଲା ଯେ ଏହି ଚ୍ୟାଟ୍‌ ଶୋ’ରେ ରଣବୀରଙ୍କ ସହ ସେ ମଧ୍ୟ ଅଭିନୟ କରିବେ। ଦୀପିକାଙ୍କ ଗୁମ୍‌ସୁମ୍‌ ଚେହେରା ଦେଖି ରଣବୀର କେବଳ ହସିବାକୁ ଲାଗିଲେ। ଆଉ ତା’ ଭିତରେ ସେ ଅସଲ କଥାଟି ସୂଚାଇ ଦେବାକୁ ଭୁଲି ନ ଥିଲେ। ‘ଆରେ ମୁଁ ତୁମ ସହ ଜୋକ୍‌ କରୁଥିଲି। ଦେଖୁଥିଲି ତୁମେ ଏ କଥା ଶୁଣିବା ପରେ ଖୁସି ହେଉଛ ନା ରାଗୁଛ। ଅସଲ କଥା ହେଲା, ଏହି ଲାଇଭ୍‌ ଚ୍ୟାଟ୍‌ ଶୋ’ରେ ଆମେ ଦୁହେଁ ଅଂଶଗ୍ରହଣ କରିବା ବୋଲି କହିଥିଲେ ରଣବୀର।’ ଏ କଥା ଶୁଣିବା ପରେ ଦୀପିକାଙ୍କ ମୁହଁରେ ହସ ଫୁଟି ଉଠିଥିଲା।

Share