ମଜୁରିଆଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲେ ଅରିନ୍ଦମ୍‌

କଟକ ଅଫିସ,୨୭ା୪: ଲକ୍‌ଡାଉନ ସମୟରେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମଜୁରିଆ ଶ୍ରେଣୀର ଲୋକେ। ସେମାନଙ୍କର ରୋଜଗାର ନ ଥିବାରୁ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଗଲାଣି। ଏମାନେ କେବଳ ସରକାରୀ କିମ୍ବା ସ୍ବେଚ୍ଛାସେବୀଙ୍କ ସହାୟତାକୁ ଚାହିଁ ବସୁଛନ୍ତି। କଟକରେ ୫ହଜାରରୁ ଅଧିକ ଏଭଳି ପରିବାର ରହିଛନ୍ତି, ଯେଉଁମାନେ ମଜୁରି କାମ କଲେ ଦୈନିକ ପାରିଶ୍ରମିକରେ ସେମାନଙ୍କ ପରିବାର ଚଳେ। ଖଟିଖିଆ, ଦିନମଜୁରିଆଙ୍କ ସମସ୍ୟା ନେଇ ଓଲିଉଡ ଷ୍ଟାର ତଥା ବିଜେଡିି ନେତା ଅରିନ୍ଦମ ରାୟ ଶୁକ୍ରବାର ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଭେଟିଛନ୍ତି। ସମ୍ପ୍ରତି ସଙ୍କଟ ସମୟରେ ଏହି ପରିବାରଗୁଡ଼ିକୁ କିପରି ସାଧାରଣ ମୌଳିକ ସୁବିଧା ସୁଯୋଗ ଠିକ ଭାବେ ଯୋଗାଇ ଦିଆଯିବ ସେ ସମ୍ପର୍କରେ ଆଲୋଚନା ହୋଇଛି ବୋଲି ଅରିନ୍ଦମ କହିଛନ୍ତି। ଅନ୍ୟପକ୍ଷରେ ସହରରେ ଏବେ ଅନେକ ପରିବାର ଏଭଳି ଦୟନୀୟ ସ୍ଥିତିରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି। ଏମାନେ ସାଧାରଣତଃ ବାହାର ଜିଲା କିମ୍ବା ଅନ୍ୟ ରାଜ୍ୟର ବାସିନ୍ଦା ବୋଲି ଜଣାପଡ଼ିଛି।

Share