ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…

ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍‌ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ ହୋଇପଡ଼ିଥିବା କୁହାଯାଉଛି। ରାଡ଼ାରରୁ ବିମାନର ଯାତ୍ରାକାଳୀନ ରୁଟ୍‌ ଉଭେଇ ଯିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏସମ୍ପର୍କରେ ପରିବହନ ବିଭାଗକୁ ଖବର ଦିଆଯାଇଥିଲା। ରୁଷିଆର ପୂର୍ବ ଅଞ୍ଚଳରେ ଥିବା କାମ୍‌ଚଟକାରେ ଏଭଳି ଘଟିଛି। ଏଏନ୍‌-୨୬ ବିମାନରେ ୨୨ ଜଣ ଯାତ୍ରୀଙ୍କ ସହିତ ୬ ଜଣ କର୍ମଚାରୀ ଥିଲେ। ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ବିମାନର ସନ୍ଧାନ ଜାରି ରହିଛି।

Share