ମଝି ଆକାଶରେ ୟୁକ୍ରେନ୍‌ର ବୋଇଙ୍ଗ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୮୦ ଯାତ୍ରୀ କରୁଥିଲେ ଯାତ୍ରା

ତେହେରାନ୍‌,୮।୧: ଆମେରିକା ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତେହେରାନ୍‌ ନିକଟରେ ମଝି ଆକାଶରେ ୭୯୦୦ ଫୁଟ ଉପରେ ୟୁକ୍ରେନ୍‌ର ଏକ ଯାତ୍ରୀବାହୀ ବୋଇଙ୍ଗ୍‌-୭୩୭ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେହେରାନ୍‌ର ଇମାମ୍‌ ଖୁମୈନି ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ୟୁକ୍ରେନ୍‌ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନରେ ୧୮୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଟେକ୍‌ ଅଫ୍‌ କରିବାର କିଛି ସମୟ ମଧ୍ୟରେ ଏପରି ହୋଇଥିବା କୁହାଯାଉଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଫ୍ଲାଇଟ୍‌ ନମ୍ବର ୭୫୨ରେ ଏଭଳି ହୋଇଥିବା ଇରାନ୍‌ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି।

Share