Categories: ଫୁରସତ

ମଝି ରାସ୍ତାରେ ଅଟୋରେ ଷ୍ଟଣ୍ଟ କରୁଥିଲେ ଯୁବକ , ପରେ ଯାହା ଘଟିଲା ଭୁଲିଯାଇଥିବେ ଏମିତି କିଛି କରିବାକୁ

ପ୍ରତ୍ୟେକ ଦିନ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ତେବେ ଆଜିର ଯୁବପିଢ଼ି ରିଲ୍‌ ନିଶାରେ ଏତେ ପାଗଳ ଯେ, ସେମାନେ ନିଜ ଜୀବନ ସହ ଅନ୍ୟ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ। ଏହି ଭିଡିଓରେ ଦିଲ୍ଲୀ ରାଜରାସ୍ତାରେ ଜଣେ ଯୁବକଙ୍କୁ ଅଟୋରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ଯେଉଁଥିରେ ଏକ ସାଇକେଲ୍‌ ଚାଳକ ତଳେ ପଡିଯାଇଛନ୍ତି। ଯୁବକ ଜଣଙ୍କ ଅଟୋକୁ ଧରି ଠିଆ ହୋଇ ଏମିତି ହାତ ହଲାଉଥିଲେ ଯେ, ତାଙ୍କ ହାତ ବାଜି ଜଣେ ସାଇକେଲ୍‌ ଆରୋହୀ ମଝି ରାସ୍ତାରେ ପଡ଼ିଯାଇଥିଲେ। ଏହି ଭିଡିଓ ଭାଇରାଲ ପରେ ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଦିଲ୍ଲୀ ପୋଲିସ ଅଟୋଟିକୁ ଜବତ କରି ୩୨ ହଜାର ଚାଲାଣ କାଟିଛିି।

 

Share