ମଝି ସମୁଦ୍ରରେ ଫସିଲା ଯାତ୍ରୀବାହୀ ଲଞ୍ଚ୍‌

ରାଜନଗର,୧୭।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ତାଳଚୁଆ ଫେରିଘାଟରୁ ଚାନ୍ଦବାଲି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ୍‌ ଘନ କୁହୁଡି ଯୋଗୁ ମଝି ସମୁଦ୍ରରେ ଫସିଯାଇଛି। ଉକ୍ତ ଲଞ୍ଚ୍‌ରେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି। ଲଞ୍ଚ୍‌ର ଜିପିଆରଏସ୍‌ ଖରାପ ଥିବାରୁ ଯୋଗାଯୋଗ ହୋଇପାରୁ ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏମଏଲ-ଗଙ୍ଗା ନାମକ ଏକ ଲଞ୍ଚ୍‌ ଯାତ୍ରୀମାନଙ୍କୁ ନେଇ ଶୁକ୍ରବାର ସକାଳ ୬.୧୫ରୁ ତାଳଚୁଆ ଫେରିଘାଟରୁ ଯାତ୍ରା ଆରମ୍ଭ କରିଥିଲା। ପାଖାପାଖି ୩ ଘଣ୍ଟା ହେବ ସମୁଦ୍ର ମଝିିରେ ଫସିଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଧାମରା ସାମୁଦ୍ରିକ ଥାନାର କର୍ମଚାରୀ ଏବଂ ଏକ ସ୍ପିଡ୍‌ ବୋଟ ଉଦ୍ଧାର କରିବା ପାଇଁ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Share