Advertisement

ମଞ୍ଜିଟିଏ ଗଛଟିଏ ସଚେତନତା, କନ୍ୟାରନତ୍ ସମ୍ବର୍ଦ୍ଧନା

ବୋଲଗଡ଼,୭ା୬(ଡି.ଏନ୍‌.ଏ.): ବୃକ୍ଷରୋପଣ ଉଦ୍ଦେଶ୍ୟରେ ପରିବେଶ ସଚେତନତା ପାଇଁ ‘ମଞ୍ଜିଟିଏ ଗଛଟିଏ’ କାର୍ଯ୍ୟକ୍ରମ ଅବସରରେ କନ୍ୟାରନତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚାୟତସ୍ଥ ଛାମୁଡିଆ ନୂଆପଲ୍ଲୀ ଗ୍ରାମରେ ଗୁରୁବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସ ସମାଜ ପାଇଁ ଟିକେ ସମୟ ଦେବା ଆହ୍ବାନ ଦେଇ ‘ଆମେ ତୁମେ ସେମାନେ’ ସଂଗଠନ ପକ୍ଷରୁ ଦୁର୍ଗା ପ୍ରସାଦ ଦାସଙ୍କ ଆବାହକତ୍ୱରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବୋଲଗଡ଼ ବିଡିଓ ମଧୁସୂଦନ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟାରନତ୍ଙ୍କ ମାତା ଝିଲି ମହାରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡାକ୍ତର ସୁଶାନ୍ତ ଶତପଥୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବୃକ୍ଷରୋପଣ ପାଇଁ ‘ମଞ୍ଜିଟିଏ ଗଛଟିଏ’ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା। ରମେଶ ମହାପାତ୍ର ଧୁଡୁକି ପରିବେଷଣ କରି ଲୋକଙ୍କୁ ସଚେତନ କରାଇଥିଲେ। ସଞ୍ଜୀବ କୁମାର ସେଠୀ ଓ ସସ୍ମିତା ବଳିୟାରସିଂହ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share