ମଠଡିହ ବଜାରରୁ ଚୋରି ଘଟଣା : ଠାବ ହୋଇପାରୁନି ସାମଗ୍ରୀ

ଆରଡ଼ି,୧୦ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ବଜାରରେ ରବିବାର ରାତିରେ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା। ଓଳଗ ଗାଁର ଜଣେ ଯୁବକ ଚୋରି କରିଥିବା ସ୍ବୀକାର କରିବା ସହ ଦୋହରାପାଟଣାର ୨ଜଣ ଯୁବକ ଏହି ଚୋରିରେ ସଂପୃକ୍ତ ଥିବା ସେ କହିଥିଲା । ଧୂଷୁରୀ ଥାନା ପୋଲିସ ସେହି ଯୁବକର ବୟାନ ଅନୁସାରେ ଦୋହରାପାଟଣାର ଜଣେ ଯୁବକଙ୍କୁ ଆଣି ୨ ଦିନ ହେଲା ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ଅନ୍ୟପକ୍ଷରେ ଦୋହରା ପାଟଣା ଯାଇ ଅଟକ ଯୁବକଙ୍କ ଘର ଓ ଦୋକାନ ଖାନତଲାସ କରିଥିଲେ ବି ଚୋରି ଜିନିଷ ଉଦ୍ଧାର ହୋଇ ପାରି ନ ଥିବା ପୋଲିସ ତରଫରୁ ସୂଚନା ମିଳିଛି ।