ମଠ, ମନ୍ଦିର ଭଙ୍ଗାଯିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ: ସୁପ୍ରିମକୋର୍ଟ

ପୁରୀ ଅଫିସ,୩।୧୦: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ ମଠ,ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାଜରୁରୀ। ଏପରିକି ବରିଷ୍ଠ ସେବାୟତଙ୍କ ପରାମର୍ଶ ମଧ୍ୟ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ହୋଇଥିବା ଉଚ୍ଛେଦର ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଅକ୍ଟୋବର ୨୨କୁ ଦିନ ଧାର୍ଯ୍ୟ କରିଛନ୍ତି।

Share