ମଡ଼େଲିଂରେ ରିଷିତା, ଶାଶ୍ୱତ ପ୍ରଥମଭାଗ ନେଲେ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ବାଲେଶ୍ୱର ଅଫିସ, ୨୭।୫- ବାଲେଶ୍ୱର ଜିଲା ରେମୁଣାସ୍ଥିତ ନୋସି ଉତ୍କଳା ମଞ୍ଚରେ ଏକ ଭିନ୍ନ ଧରଣର ର଼୍ୟାମ୍ପ ଶୋ’ (ଗ୍ଲାମର ଲେନ୍‌) ଅନୁଷ୍ଠିତ ହୋଇଯାଇଛି। ଏହି ଶୋ’ରେ ବାଲେଶ୍ୱର ଜିଲାରୁ ୫୦ରୁ ଊର୍ଦ୍ଧ୍ୱ ପିଲା ଭାଗ ନେଇଥିଲେ। ଅତିଥି ଭାବେ ଦି ଆର୍ଟିଷ୍ଟର ମୁଖ୍ୟ ଗୌରବ ଦାସ, କଲଚରାଲ ହେଡ୍‌ ପୁନମ୍‌ ନାହାଟ୍ଟା, ଶ୍ରଦ୍ଧାଞ୍ଜଳି ରାୟ, କେଶୁ ଦାସ ଓ କଣ୍ଠଶିଳ୍ପୀ ମାନସ କୁମାର ଯୋଗ ଦେଇଥିଲେ। କୈଳାସ ନାଚ ସଂଘ ପକ୍ଷରୁ ଆୟୋଜିତ ନୃତ୍ୟସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଥିବା ୩ଶହରୁ ଊର୍ଦ୍ଧ୍ୱ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲା। ମଡେଲିଂ କିଡ୍‌ସ ବିଭାଗରେ ପ୍ରଥମ ରିଷିତା ରାୟ ଦୋଳେଇ, ଦ୍ୱିତୀୟ ମୋନାଲିସା ପ୍ରଧାନ, ତୃତୀୟ ପ୍ରାଚୀ ସ୍ପନ୍ଦନା ପତି, ମଡେଲିଂ ୟୁଥ୍‌ ବିଭାଗରେ ପ୍ରଥମ ଶାଶ୍ୱତ ସାହୁ, ଦ୍ୱିତୀୟ ମହେଶ କୁମାର ବିଶ୍ୱାଳ, ତୃତୀୟ ଉତ୍‌ଦ୍ରେଖା ପତି ହୋଇଥିଲେ। ରିଷିତା ରାୟ ଦଳେଇଙ୍କୁ ବେଷ୍ଟ ଡ୍ୟାନ୍‌ସର କିଡ୍‌ରେ ସମ୍ମାନିତ କରାଯାଇଥିଲା।