Categories: ଜାତୀୟ

ମଣିପୁର ବିଧାନସଭା ସମ୍ମୁଖରେ ବିସ୍ଫୋରଣ: ୨ ଯବାନ ଆହତ

ଇମ୍ଫାଲ,୨୨।୧୧: ମଣିପୁର ବିଧାନସଭା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଏକ ଗ୍ରେନେଡ ଆକ୍ରମଣ ହୋଇଛି। ଏଥିରେ ୨ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିବା ଜଣାପଡିଛି। ମଣିପୁର ବିଧାନସଭା ବାହାରେ ଥିବା ଥାଙ୍ଗମେଇବନ୍ଦ ଇମ୍ପ୍ରୁଭମେଣ୍ଟ କ୍ଲବ ନିକଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ୨୦ ଦିନ ମଧ୍ୟରେ ଇମ୍ଫାଲ ସହରରେ ଏହା ଦ୍ୱିତୀୟ ଘଟଣା। ଚଳିତ ମାସ ଆରମ୍ଭରେ ମଣିପୁରର ଇମ୍ଫାଲ ସହରରେ ହୋଇଥିବା ବିସ୍ଫୋରଣରେ ୫ ପୋଲିସଙ୍କ ସହ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ।

Share