Categories: ଫୁରସତ

ମଣିଷଙ୍କୁ ଅମର କରୁଥିବା ଯୀଶୁଙ୍କ ହୋଲି ଗ୍ରୀଲ୍‌ ଏବେ କେଉଁଠି ?

ରୋମ୍‌,୧୨।୨: ଯୀଶୁଖ୍ରୀଷ୍ଟଙ୍କ ପ୍ରକୃତ ହୋଲି ଗ୍ରୀଲ୍‌ ଏବେ କେଉଁଠି ରହିଛି ସେ ନେଇ ଅନୁସନ୍ଧାନ ଜାରି ରହିଛି। ଏହି କୁହୁକ ପାତ୍ରକୁ ପାନୀୟ ପିଇବାରେ ଯୀଶୁ ବ୍ୟବହାର କରୁଥିଲେ। ଏହାକୁ ମଣିଷ ବ୍ୟବହାର କଲେ ଅମରତ୍ୱ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ପ୍ରତି ଚର୍ଚ୍ଚରେ ଏଭଳି ହୋଲି ଗ୍ରୀଲ୍‌ ରହିଛି। ତେବେ ସେସବୁ ମଧ୍ୟରେ ପ୍ରକୃତ କେଉଁଟି ତାହା କେହି ଜାଣି ନାହାଁନ୍ତି। ୟୁରୋପର ୨୦୦ରୁ ଅଧିକ ଚର୍ଚ୍ଚରେ ଏଭଳି ପାତ୍ର ରହିଛି। ଏସବୁକୁ ପ୍ରକୃତ ବୋଲି କେହି କେହି କହିଥାନ୍ତି। ତେବେ ସ୍ପେନ୍‌ର ବୈଲେସିଆ ସହରରେ ଥିବା ପାତ୍ରକୁ ଶ୍ରଦ୍ଧାଳୁ ପ୍ରକୃତ ବୋଲି କୁହନ୍ତି। ପ୍ରସିଦ୍ଧ ଚିତ୍ରକର ଲିଓନାଡ଼ୋ ଦି ଭିଞ୍ଜ୍‌ଙ୍କ ପେଟିଂ ‘ଲାଷ୍ଟ ସପର’ରେ ଯୀଶୁ କିଛି ଲୋକଙ୍କ ସହିତ ଖାଦ୍ୟ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି। ପାଖରେ ହୋଲି ଗ୍ରୀଲ୍‌ ମଧ୍ୟ ରହିଛି। ଏହି ପାନୀୟ ପାତ୍ର ପ୍ରକୃତରେ କେଉଁ ଚର୍ଚ୍ଚରେ ରହିଛି ସେ ନେଇ ଖୋଜାଖୋଜି ଜାରି ରହିଛି।

Share