ଓ୍ବାଶିଂଟନ,୧୪।୩: କୁକୁର ମଣିଷର ସମ୍ପର୍କ ଅତି ନିବିଡ଼। ମାନବ ସୃଷ୍ଟି ହେବାର ପରେ ପରେ ପ୍ରଥମେ ହିଁ କୁକୁର ସହିତ ବନ୍ଧୁତା ଆରମ୍ଭ କରିଥିଲା। ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ କୁକୁର ଜଣେ ଲୋକଙ୍କୁ ବ୍ୟାୟାମ କରିବା ଲାଗି ତାଲିମ ଦେଉଥିବାର ୪୨ ସେକେଣ୍ଡର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କୁକୁରଟି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବ୍ୟାୟାମ କରିବାରେ ସହାୟତା କରୁଛି। ଇତିମଧ୍ୟରେ ଇନଷ୍ଟାଗ୍ରାମ୍ରେ ଶେୟାର ହୋଇଥିବା ଏହି ଭିଡ଼ିଓକୁ ୭୨ ଲକ୍ଷରୁ ଅଧିକ ୟୁଜର ଲାଇକ୍ କରଛନ୍ତି। ଏହାକୁ ୭୩ ଲକ୍ଷ ୫୦ହଜାର ଥରରୁ ଅଧିକ ଦେଖା ସରିଛି। କୁକୁରଟିର ନାମ ମ୍ୟାଗ୍ନନସ୍ ବୋଲି କୁହାଯାଉଛି। ମ୍ୟାଗ୍ନନସ୍ ସାର୍ଟିଫାଏଡ୍ ଥେରାପି କୁକୁର। ସେ ମଣିଷଙ୍କୁ କିପରି ବ୍ୟାୟାମ କରିବାରେ ସହାୟତା କରାଯିବ ତାହାର ତାଲିମ୍ ନେଇଛି।
Posted inଫୁରସତ