Categories: ଫୁରସତ

ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା ଦେଖିବାକୁ ଅବିକଳ ମଣିଷ ପରି। ନିଜର ଚେହେରା ପାଇଁ ଏହି କୁକୁର ସାରାବିଶ୍ୱରେ ଚର୍ଚ୍ଚିତ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଗୀ ନାମକ ଏହି କୁକୁର ଆମେରିକାରେ ରହୁଥିବା ଚୈଣ୍ଟଲ ଡେସଜାର୍ଡିନ୍‌ ନାମକ ଜଣେ ବ୍ୟକ୍ତିଙ୍କର। ଚୈଣ୍ଟର ଯୋଗୀର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହେବା ସହ ରାତାରାତି ଏହି କୁକୁର ଷ୍ଟାର ପାଲଟିଯାଇଛି। ଏହି ଫଟୋ ଏତେମାତ୍ରାରେ ଭାଇରାଲ ହେଲା ଯେ, ଚୈଣ୍ଟରଙ୍କ ଘରେ ମିଡିଆ ମଧ୍ୟ ପହଞ୍ଚତ୍ଗଲା।

Share