Categories: ଫୁରସତ

ମଣିଷ ମୁଣ୍ଡିଆ ମାଛ

ନୂଆଦିଲ୍ଲୀ:ମାଛର ମୁଣ୍ଡ ପୂରା ମଣିଷ ମୁଣ୍ଡ ଭଳି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଏଭଳି ମାଛକୁ ଠାବ କରାଯାଇଛି ଚାଇନାରେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। ଚାଇନାର ମିଆଓ ଗାଁରେ ଏହି ମାଛକୁ ଜଣେ ମହିଳା ପ୍ରଥମେ ଦେଖିବାକୁ ପାଇଥିଲେ ବୋଲି ଡେଲି ମେଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ମହିଳା ଜଣକ ଭିଡିଓକୁ ଚାଇନାର ମାଇକ୍ରୋ ଲଗିଂ ସାଇଟ୍‌ରେ ପ୍ରଥମେ ଶେୟାର କରିଥିଲେ ଓ ପରେ ଏହାକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ୍‌ କରିଛନ୍ତି। ୧୪ ସେକେଣ୍ଡ ଅବଧିର ଏହି ଭିଡିଓରେ ଏଭଳି ଅଦ୍ଭୁତ ମାଛଟିଏ ପହଁରୁଥିବା ଦେଖିବାକୁ ମିଳିଛି। ମଣିଷ ମୁହଁ ଭଳି ଏହାର ଦୁଇଟି ଆଖିତ୍, ଗୋଟିଏ ନାକ ଓ ଗୋଟିଏ ପାଟି ରହିଛି।

Share