Categories: ଫୁରସତ

ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଷିତ ହେଉଛି। ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଆଗୁଥିବା ବେଳେ ଆଉ କିଛି ଅଜବ ପ୍ରକାରର ଲାଗିଥାଏ। ଏମିତି ଏବେ ଏକ ପର୍ସ ସମ୍ମୁଖକୁ ଆସିଛି ଯାହାକୁ ଦେଖିବା ପରେ ଯେକେହି ଆଶ୍ଚର୍ଯ୍ୟରେ ପଡ଼ିଯିବେ। ମଣିଷ ମୁହଁ ପରି ଦେଖାଯାଉଥିବା ଏହି ପର୍ସ କେବେ କେହି ଦେଖି ନ ଥିଲେ। ଯେଉଁଥିରେ ଟଙ୍କା ରଖାଯାଇ ପାରିବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ସୋସିଆଲ ମିଡ଼ିଆରେ ଏମିତି ଏକ ପର୍ସ ଏବେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିର ନାକର ତଳଭାଗ ଅର୍ଥାତ୍‌ ପାଟିପରି ଦେଖିବାକୁ ଏହି ପର୍ସ। ଦାନ୍ତ, ଗୋଲାପି ମାଢ଼ି ଏବଂ ଜିଭ ଏହି ପର୍ସ ମଧ୍ୟରେ ରହିଛି। ଏହି ପର୍ସକୁ ନେଇ ଲୋକେ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଅଧିକାଂଶ ଲୋକେ ଏହି ପର୍ସକୁ ନାପସନ୍ଦ କରୁଥିବା ଜଣାପଡ଼ିଛି।

Share