ମଣ୍ଟୁ ଯାହା ଚାହୁଁଥିଲେ…

ନାୟକ ମଣ୍ଟୁ ଓରଫ ମଣ୍ଟୁ ଦାସ। ପାଠ ପଢ଼ିବା ବେଳେ ଘାରିଲା ଅଭିନୟ ନିଶା। ଏହା ତାଙ୍କୁ ଏମିତି ଘାଇଲା କଲା ଯେ, ପାଠପଢ଼ାରେ ଅଧାରୁ ଡୋରି ବାନ୍ଧି ହୋଇଗଲା। ଏପରି କି ଚାକିରିଟିଏ ମିଳିଗଲା। ହେଲେ ତାହା ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ମୁହଁରେ ପାଉଡର ଲଗାଇ ମଞ୍ଚ ଉପରେ ଦର୍ଶକଙ୍କୁ ଅଭିନୟ ମାୟାରେ ବାନ୍ଧି ରଖିବା ପାଇଁ ମାଇଣ୍ଡ ମେକ୍‌ଅପ୍‌ କରିନେଲେ। ଗଙ୍ଗୋତ୍ରୀ ଗଣନାଟ୍ୟରୁ ଆରମ୍ଭ ହେଲା ତାଙ୍କର ଅଭିନୟ ଜୀବନ। ତା’ ସହ ଆଙ୍କରିଂରେ ଦର୍ଶକଙ୍କ ମନ ଜିଣିଥିଲେ ମଣ୍ଟୁ। ଛୋଟ ଭୂମିକାରୁ ନାୟକ ହେବାର ଗୁରୁଦାୟିତ୍ୱ ତୁଲାଇବା ପରେ ସତେଯେମିତି ଅଭିନୟ ପ୍ରତି ନିଜକୁ ସମର୍ପିତ କରିଦେଲେ ଏହି ନାୟକ। ୨୦୦୨ରୁ ତାଙ୍କର ଆରମ୍ଭ ହୋଇଥିଲା ଅଭିନୟ ଜୀବନ। ଏହି ୧୬ ବର୍ଷ ଭିତରେ ସେ ନିଜର ଦକ୍ଷତା ବଳରେ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି। ଏବେ ସେ ନୂଆ ଅପେରା ପାର୍ଟି ‘ଯାତ୍ରା ନ୍ୟୁ ସଚ୍ଚିଦାନନ୍ଦ’ରେ ଅଭିନୟ ଜାରି ରଖିଛନ୍ତି।

Share