ସରଣ୍ଡା,୪।୬(ଡି.ଏନ୍.ଏ.): ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ପୂରିବାକୁ ବସିଲାଣି। ହେଲେ ଧାନ କିଣାବିକାରେ ସୁଧାର ଆସୁନାହିଁ। ମଣ୍ଡିକୁ ଧାନ ଆସୁଛି, ମାତ୍ର ତାହା ଠିକ୍ ଭାବେ ଉଠୁ ନାହିଁ। ବିକ୍ରି ହୋଇ ନ ପାରି ବହୁପରିମାଣର ଧାନ ମଣ୍ଡିର ଖୋଲା ଆକାଶ ତଳେ ପଡ଼ିରହିଛି। ବର୍ଷାରେ ଭିଜି ତାହା ନଷ୍ଟ ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧାନ ଉଠୁ ନ ଥିବା ପ୍ରତିବାଦରେ ମଙ୍ଗଳବାର ଚାଷୀମାନେ ଅତାବିରା ଆର୍ଏମ୍ସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ବରଗଡ଼ ଲୋକ ସଭା ଏମ୍ପି ସୁରେଶ ପୂଜାରୀ ଏହି ଧାରଣାରେ ସାମିଲ ହୋଇଛନ୍ତି। ସେହିପରି ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଧାରଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି। ଧାରଣାରେ ବହୁସଂଖ୍ୟକ ଚାଷୀ ସାମିଲ ଅଛନ୍ତି।