ମଣ୍ଡିରେ ତାଲା ପକାଇ ଧାରଣା ଦେଲେ ଚାଷୀ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜିଲାରେ ଧାନ କିଣାବିକା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରିନାହିଁ। ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନାହିଁ। ସେହିଭଳି ଧାନଚାଷ ହୋଇଥିଲେ ସୁଦ୍ଧା କେତେକ ଚାଷୀଙ୍କ ବିଭିନ୍ନ କିସମର ଜମିକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଏପର୍ଯ୍ୟନ୍ତ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରିନାହାନ୍ତି। ଏହାର ପ୍ରତିବାଦରେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ କଲାପାଣି, ବୁଦେଲପାଲି, ବରାହଗୋଡ଼ା, ଆମ୍ବସଢ଼ା ଗ୍ରାମର ଚାଷୀମାନେ ଶନିବାର କଲାପାଣି ମଣ୍ଡିରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଏହି ମଣ୍ଡିରେ ଧାନ କିଣାବିକା ଅଚଳ ହୋଇପଡ଼ିଛି।

Share