ନୂଆପଡା ଅଫିସ,୧୬।୧: ନୂଆପଡା ମଣ୍ଡିରେ ତିନିଦିନ ଧରି ୫ହଜାର ବସ୍ତା ଧାନ ପଡ଼ି ରହିଛି। ଏହି ଧାନକୁ ଉଠାଇବା ଦାବିରେ ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗୁରୁବାର ଘେରାଉ କରିଛନ୍ତି। ଏପରିକି ଅସନ୍ତୋଷ ଚାଷୀମାନେ ଅଧିକାରୀଙ୍କୁ ଠେଲାପେଲା କରିଥିବା ସୂଚନା ମିଳିଛି। ଠିକ ସମୟରେ ପୋଲିସ ପହଞ୍ଚିବା ଯୋଗୁ ଘଟଣା ନିୟନ୍ତ୍ରଣରେ ରହିଛି। ଅପରପକ୍ଷେ ଚାଷୀମାନେ ଧାରଣାରେ ବସି ରହିଥିବା ଜଣାପଡ଼ିଛି।