Categories: ଜାତୀୟ

ମଣ୍ଡିରେ ଲାଗିଲା ନିଆଁ: ପୋଡ଼ି ପାଉଁଶ ହେଲା ୧୭୦ ଟନ୍‌ ଗହମ

ଅମ୍ବାଲା,୧୪।୭: ହରିୟାଣାର ଅମ୍ବାଲାସ୍ଥିତ ଖାଦ୍ୟଶସ୍ୟ ମଣ୍ଡିରେ ରବିବାର ଭୋର୍‌ ୪ଟା ୩୦ରେ ନିଆଁ ଲାଗି ପ୍ରାୟ ୧୭୦ ଟନ୍‌ ଗହମ ଜଳି ପାଉଁଶ ହୋଇ ଯାଇଛି। ଶର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବର୍ଷାରେ ଓଦା ନ ହେବା ପାଇଁ ମଣ୍ଡିରେ ଗହମ ବସ୍ତାଗୁଡ଼ିକୁ ଛାତ ତଳେ ରଖାଯାଇଥିଲା। ମାତ୍ର ହଠାତ୍‌ ନିଆଁ ଲାଗିବାରୁ ଏସବୁକୁ ଉଦ୍ଧାର କରିବା ସମ୍ଭବପର ହୋଇ ପାରିନାହିଁ। ନିଆଁ ଲିଭା କାର୍ଯ୍ୟରେ ୧୫ଟି ଦମ୍‌କଳ ଗାଡ଼ି ନିୟୋଜିତ ହୋଇ ବହୁକଷ୍ଟରେ ଏହାରକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

Share